ସାମ୍ବାଦିକଙ୍କ ସୁରକ୍ଷା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର

ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା, ବୀମା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବୀମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ଓ ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଓ ଦୁର୍ଘଟଣାରେ ମୃତ ସାମ୍ବାଦିକ ଅଶୋକ ପଣ୍ଡା ପରିବାରଙ୍କୁ ଯଥା ଶିଘ୍ର ସହାୟତା ପ୍ରଦାନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ l
ମଂଚ ପକ୍ଷରୁ ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ଆଲୋଚନା କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes