ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ ପ୍ରେମାନନ୍ଦ ନାଏକଙ୍କ ମାତା ପାର୍ବତୀ ନାଏକଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ବିୟୋଗ ଘଟିଥିଲା। ସେ ଜଣେ ଧର୍ମପରାୟଣ ଓ ମେଳାପୀ ମହିଳା ଥିଲେ। ଗାଁ ମଶାଣିରେ ତାଙ୍କର ଶବ ସତ୍କାର କରାଯାଇଥିଲା। ବଡ଼ପୁଅ ସାମ୍ବାଦିକ ପ୍ରେମାନନ୍ଦ ନାଏକ ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁରେ ଚିହ୍ନା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।