କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ମୁଖ୍ୟାଳୟରେ କାର୍ଯ୍ୟରତ ସାମ୍ବାଦିକ ଶଶି ଭୂଷଣ ସାହୁଙ୍କୁ ସ୍ଥାନୀୟ ତହସିଲ ଅଧିନରେ ଥିବା ରେକର୍ଡ ରୁମର ଜଣେ କର୍ମଚାରୀ ଅସଦା ଚରଣ କରିବା ଅଭିଯୋଗରେ ଆଜି ଜିଲା ପ୍ରେସ କ୍ଲବ, କେନ୍ଦୁଝର ଜିଲ୍ଲା ସାମ୍ବାଦିକ ୟୁନିଅନ ତଥା ଅନ୍ୟ ସାମ୍ବାଦିକମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି।
ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ lମାନେ ଦାବି କରିଛନ୍ତି। ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା।