ସାନ୍ତାଳୀ ଭାଷା “ଅଲଚିକି”କୁ ଓଡିଶାରେ ସଂଖ୍ୟାଲଘୁ ଭାବେ ସରକାରୀ ମାନ୍ୟତା କରିବା ଦାବୀରେ ଆଜି ମୟୂରଭଞ୍ଜ ଜିଲ୍ଲା ପେସା ଗ୍ରାମ ସଭା କମିଟି ପକ୍ଷରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି।
ତେବେ ଜିଲ୍ଲା ପେସା ଗ୍ରାମ ସଭା ସଭାପତି ପାଣ୍ଡୁରାମ ହେମ୍ବ୍ରମ ଙ୍କ ନେତୃତ୍ୱରେ
ହଜାର ହଜାର କର୍ମୀ ଏହି ରାଲିରେ ସାମିଲ ହୋଇ ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଏହି ବିଶାଳ ରାଲି ବାରିପଦା ସ୍ଥିତ ଷ୍ଟେସନ ବଜାର ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାଯ୍ୟାଳୟ ଠାରେ ପହଞ୍ଚିଥିଲା।ସେଠାରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।