୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସାଗରିକା ନାଥଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏସ୍ପି ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର।
ସାଗରିକାଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରାଳୟ ଚିଠ କରିଛି। ବର୍ତ୍ତମାନ ଖୋର୍ଦ୍ଧା ଏସ୍ପି ଭାବେ ସାଗରିକା ନାଥ କାର୍ଯ୍ୟ କରୁଛନ୍ତି।