ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା କମିଟି ମଙ୍ଗଳବାର ଗଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ଅଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା, ଉପସଭାପତି ଡ. ଦ୍ବିତୀକୃଷ୍ଣ ପଣ୍ଡା, ସମ୍ପାଦକ ରାଜେନ୍ଦ୍ର ପଧାନ, ଯୁଗ୍ମ ସମ୍ପାଦକ ପ୍ରଦୀପ ସ୍ବାଇଁ, କୋଷାଧ୍ୟକ୍ଷ ଜୀତେନ୍ଦ୍ରିୟ ଦାଶ, ସଦସ୍ଯା ସୁଜାତା ପ୍ରଧାନ ଏବଂ ସନ୍ଧ୍ୟା ଭୋଇ, କାର୍ଯ୍ୟାଳୟ ସଦସ୍ୟ ଜନକରାମ ପଟେଲ ଏବଂ ଆଚାର୍ଯ୍ୟ ପ୍ରତିନିଧି ଭାବେ ଗୋବିନ୍ଦ ସେଠୀଙ୍କୁ ମନୋନୀତ କରା ଯାଇଛି ।ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ରୁଦ୍ରାକ୍ଷ ସାହୁ ସଭାପତିତ୍ବ କରିଥିବାବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଆଚାର୍ଯ୍ୟ ଗୋବିନ୍ଦ ସେଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ସ୍ବାଗତ କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଶିକ୍ଷା ବିକାଶ ସମିତିର ବିଭାଗ ନିରୀକ୍ଷକ ମନୋରଞ୍ଜନ କର ଏବଂ ଦକ୍ଷିଣ ପଶ୍ଚିମ ସଂଭାଗ ସଂଯୋଜକ ରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।