ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ ଟୋପ ପଞ୍ଚାୟତର ସରପଞ୍ଚ ଡୁଲେଶ୍ବରୀ ବୁଡାକୁ ଗତ ସୋମବାର ରାତି ୮ଟା ସମୟରେ ସିଂହପାଲି ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିଲେ । ଯାହା ଫଳରେ ସରପଞ୍ଚ ଡୁଲେଶ୍ବରୀ ବୁଡା ଆହତ ହୋଇଥିଲେ।

ଏ ନେଇ ସରପଞ୍ଚଙ୍କ ସ୍ବାମୀ କୈଲାସ ବୁଡା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କଲାପରେ ମଧ୍ଯ ଏ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଛନ୍ତି ସରପଞ୍ଚଙ୍କ ସ୍ବାମୀ କୈଲାସ ବୁଡା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes