ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ଏକ ବୈଠକ ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।
ନିର୍ମିତ ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା ଏବଂ ଚଳିତ ବର୍ଷ ଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ଏବଂ ସରକାରୀ ବଦଳରେ ଘରୋଇ କଂପାନୀ ମାନଙ୍କୁ ମେଡିକାଲ୍ କଲେଜ୍କୁ ଟେକି ଦେବାର ପ୍ରକ୍ରିୟାକୁ ବନ୍ଦ କରିବା ଦାବୀରେ ଆସନ୍ତା ୨୯ରେ ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।