ସରକାରୀ ବିଶ୍ବବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ୍‌

ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଲେ ଉଚ୍ଚ ଶିକ୍ଷା ସଚିବ। ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦେଇଛି ବିଭାଗ।ଉଚ୍ଚ ଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯିଆଛି, ଏହାଦ୍ବାରା ସରକାର ଓ ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡ଼ୁଛି, ବ୍ୟାକ୍‌ ଡୋର ଏଣ୍ଟ୍ରିକୁ ସରକାର ବରଦାସ୍ତ କରିବେ ନାହିଁ, ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ, ଏପରି ନିଯୁକ୍ତିର ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ବହନ କରିବ। ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ସଚିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes