‘ଶକ୍ତିଶ୍ରୀ’କୁ କାଉଣ୍ଟର କରିବା ପାଇଁ ଆଜିଠାରୁ କଂଗ୍ରେସ ଭବନରେ ଖୋଲିଲା ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ। ଯେକୌଣସି ମହିଳା ନାରୀ ନ୍ୟାୟ ପାଇଁ ମେଲ୍ କରି କିମ୍ବା କ୍ୟୁଆର୍ କୋଡ୍ ସ୍କାନ୍ କରି ଅଭିଯୋଗ କରିପାରିବେ।
କାଲି ଠାରୁ ଏହି ଆପ୍ କାର୍ଯ୍ୟ କରିବ, ଖୁବ ଶୀଘ୍ର ଟୋଲ୍ ଫ୍ରି ନଂ ଜାରି ହେବ। ଅଭିଯୋଗ ଆସିଲେ କଂଗ୍ରେସ ଟିମ୍ ଯାଇ ପୀଡ଼ିତାଙ୍କୁ ଭେଟିବ ନ୍ୟାୟ ଦେବା ପାଇଁ ସରକାର ଓ ପୋଲିସ ଉପରେ ଚାପ ପକାଇବ କହିଲେ ପିସିସି ସଭାପତି।