ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ, ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ କହିଛନ୍ତି ଆଇଏମଡି ଡିଜି।
ଓଡ଼ିଶା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରଖା ଯାଇଥିବା ଡିଜି ସୂଚନା ଦେଇଛନ୍ତି। ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇବା ସମ୍ଭାବନା ରହିଛି। ବାତ୍ୟାର ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ସମ୍ଭାବନା ଥିବା ଡିଜି ସୂଚନା ଦେଇଛନ୍ତି।