ସମ୍ବଲପୁର-ଗୋପାଳପୁର ରେଳପଥ ନିର୍ମାଣରେ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ସାମିଲ ଦାବି

କନ୍ଧମାଳ ଜିଲ୍ଲା ସଦର ମହକୁମା ଦେଇ ସମ୍ବଲପୁର-ଗୋପାଳପୁର ରେଳପଥ ପାଇଁ ଡି.ପି.ଆର.ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଜରିଆରେ ଏଥିରେ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ସାମିଲ କରାଯିବା ପାଇଁ ଦାବି କରାଯାଇଛି।

ଏ ନେଇ ଜିଲ୍ଲା ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଜିଲ୍ଲାର ସଚେତନ ନାଗରିକ, ବୁଦ୍ଧିଜୀବୀ, ବ୍ୟବସାୟୀ ସଂଘଙ୍କ ଦସ୍ତଖତ ସମ୍ଵଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭପତି ସିତାଂଶୁ ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ଭିକାରୀ ପୃଷ୍ଟି, ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ବାଙ୍କାନିଧି ରାୟଗୁରୁ, ପଞ୍ଚାନନ ବାରିକ, ବିନୋଦ ମେହେର, ନିରଞ୍ଜନ ତ୍ରିପାଠୀ, ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes