ସମ୍ବଲପୁରରେ ଶୀଘ୍ର ଖୋଲିବ ପିଠା ଘର

ପିତା ମାତା ହରାଇଥିବା ଅନାଥ ଝିଅଙ୍କୁ ନିଜ ଲାଭାର୍ଥର କିଛି ଅଂଶ ସାହାଯ୍ୟ କରିବା ଲକ୍ଷ୍ୟ ରଖି ରାଜଧାନୀ ଭୁବନେଶ୍ଵରରେ ମହିଳା ମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପିଠା ଘର ସମ୍ବଲପୁରରେ ଖୁବ୍ ଶୀଘ୍ର ଏହାର ସେବା ଉପଲବ୍ଧ କରିବ।

ପାରମ୍ପରିକ ଓଡ଼ିଆ ପିଠାର ହୋମ ଡେଲିଭରି କରୁଥିବା ପିଠା ଘରର କୋ ଫାଉଣ୍ଡର ସୁଶ୍ରୀ ଶାଳୀନୀ ସୁମନ କହିଛନ୍ତି ସମ୍ବଲପୁରରେ ଶ୍ରେୟା ଷ୍ଟୁଡେଣ୍ଟ୍ ହୋମ ବିଲ୍ଡିଂରେ କାର୍ଯ୍ୟ କରୁଥିବା ଏହି ଷ୍ଟୋରର ଫ୍ରାଞ୍ଚାଇଜ ନେଇଛନ୍ତି ସରିତା ପାଢ଼ୀ। ରଜ ପାଳି ପାରୁନଥିବା ଅନାଥ ଝିଅଙ୍କୁ ସାହାଯ୍ୟ କରିବା ଏହି ଉଦ୍ୟମର ଉଦ୍ଦେଶ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version