କେନ୍ଦୁଝର ଜିଲ୍ଲା ଧନୀ କିନ୍ତୁ ଲୋକେ ଗରିବ। ସବୁଠାରୁ ଅଧିକ ଖଣି ରାଜସ୍ବ କେନ୍ଦୁଝର ଦେଇଛି। ଖର୍ଚ୍ଚ ଦୃଶ୍ୟମାନ ହେଉନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରେସ ମିଟରେ କହିଛନ୍ତି।
ଡିଏମଏଫରୁ ୫୦୦ କୋଟି ଟଙ୍କା ବିନା ଅନୁମୋଦନରେ ଖର୍ଚ୍ଚ ହୋଇଛି। ୨୮୦୦ ଟଙ୍କା କାନପୁର ପାଇଁ କେନ୍ଦ୍ର ଦେଇଛି। ୪୦ ବର୍ଷ ପରେ ମଧ୍ୟ ସରିନାହିଁ। ଜଳସେଚନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ରାଜ୍ୟ ପଛୁଆ। ରାଜ୍ୟର କୋଟିଏରୁ ଅଧିକ ଲୋକ ବାହାରେ ଦାଦନ ଖଟୁଛନ୍ତି। ଭ୍ରଷ୍ଟାଚାରରେ ବୁଡ଼ିଛନ୍ତି ରାଜ୍ୟ ସରକାର।