କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ପୌରପାଳିକା ମାର୍କେଟରେ ମାଛ ଓ ମାଂସର ମଇଳା ଆବର୍ଜନା ସଫେଇ ନ କରି ପୋଡ଼ି ଦିଆଯାଉଥିବାରୁ ବାୟୁ ପ୍ରଦୂଷିତ ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ଅସନ୍ତୋଷ ବଢୁଛି।
ଦୁର୍ଗନ୍ଧ ବାୟୁ ମଣ୍ଡଳ ଲୋକମାନେ ନାକ ବନ୍ଦ କରି ଯାତାୟତ କରୁଥିବା ବେଳେ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକେ ଓ ଦୋକାନୀ ମାନେ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି।