ସପ୍ତାହର ଗୋଟିଏ ଦିନ ଓଡ଼ିଶାର ହସ୍ତତନ୍ତ ପରିଧାନ ପାଇଁ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ଅଧିକରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ କହିଛନ୍ତି ମୁଖ୍ୟମନ୍ତ୍ରୀ।ଓଡ଼ିଶାର ୬ଟି ସ୍ଥାନରେ ହେବ ଟେକ୍ସଟାଇଲ୍ ପାର୍କ। ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ, ଏହା ଆମର ଗର୍ବ, ୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି , ବୁଣାକାରଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ କହିଛନ୍ତି ମୁଖ୍ୟମନ୍ତ୍ରୀ।