ଷଣ୍ଢା ଗ୍ରାମର ଚାଷ ଜମିକୁ ଜଳସେଚନ ପ୍ରସଙ୍ଗ : ମୁଖ୍ୟଯନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତରେ ତିଆରି ହେଉଥିବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପରୁ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମର ଅଧିକାଂଶ ଚାଷ ଜମି ଜଳସେଚନ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ବ୍ୟକ୍ତ କରି ଗ୍ରାମବାସୀ ସୋମବାର ଭୁବନେଶ୍ୱର ଠାରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିବା ଜଣାଯାଇଛି

। ମୁଖ୍ୟଯନ୍ତ୍ରୀ ସୋନପୁର ନିର୍ବାହୀ ଯନ୍ତ୍ରୀଙ୍କୁ ଉକ୍ତ ଗ୍ରାମର ଆୟକଟ ଅଞ୍ଚଳ ସର୍ବେକ୍ଷଣ କରିବା ପୂର୍ବକ ସମୁଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes