ଷଣ୍ଢା ଗାଁରେ ବଜ୍ରପାତ, ନଡ଼ିଆ ଗଛରେ ନିଆଁ

ଆଜି ସନ୍ଧ୍ୟା ପ୍ରାୟ ୫ଟା’ ୫ ମିନିଟ ଠାରୁ ପ୍ରାୟ ୨୫ ମିନିଟ ଧରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ହୋଇଥବା ଜଣାପଡିଛି । ସ୍ଥାନୀୟ ଷଣ୍ଢା ଗାଁରେ ଜଣେ ବ୍ୟକ୍ତିଙ୍କ ବାରିପଟରେ ବଜ୍ରପାତ ହୋଇ ଏକ ନଡ଼ିଆ ଗଛରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି ।

କେତେକ ସ୍ଥାନରେ ଏବେ ମଧ୍ୟ ବର୍ଷା ଲାଗିରହିଥିବା ଜଣାଯାଇଛି । ତେବେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ବର୍ଷା ହେବା ଏକ ଶୁଭ ସୂଚନା ବୋଲି କୁହାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes