ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅନ୍ତର୍ଗତ ଦୁତିକାଦେଇପୁର ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି କଥା କଟାକଟି ହେବାରୁ ଶ୍ୱଶୁର ଓ ନଣନ୍ଦ ବୋହୂକୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ବୋହୂ ବାହା ମୁର୍ମୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୁଲିସ ।