ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଅଖଣ୍ଡ ଭାରତର ଲଢେଇ ଲଢି ବଳିଦାନ ଦେଇଥିବା ଦେଶର ମହାନ ସୁପୁତ୍ର ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ଥିଲା ବଳିଦାନ ଦିବସ l

ଏହି ଅବସରରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ବାଣୀବିହାର ନିକଟସ୍ଥ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା l ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes