ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି କରାଯିବ। ଦତ୍ତ ମହାପାତ୍ର ଓ ଅନ୍ୟାନ୍ୟ ସେବକଙ୍କ ଦ୍ଵାରା ଗୁପ୍ତ ନୀତି ସନ୍ଧ୍ୟା ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ ରଖାଯାଇଛି। ଏହି ସମୟରେ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version