ଶ୍ରୀଜଗନ୍ନାଥ ଏକାଡେମୀରେ ଦଶମ ଛାତ୍ରଛାତ୍ରୀଙ୍କ ବିଦାୟୀ ଉତ୍ସବ “ସ୍ୱପ୍ନର ଡାକ” ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ଶ୍ରୀଜଗନ୍ନାଥ ଏକାଡେମୀର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉପଲକ୍ଷେ “ସ୍ୱପ୍ନର ଡାକ” ଶୀର୍ଷକ ଏକ ଭାବପ୍ରବଣ ବିଦାୟୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ରା ମୁଖ୍ୟ ଅତିଥି ଓ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନଲିନିକାନ୍ତ ବାଘ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସୁଧୀର ହୋତା ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷକ ଅମିତ ପାତ୍ର, ଅନିରୂଦ୍ଧ ପାଢ଼ୀ, ସାନ ଡାଙ୍ଗ, ହୃଷୀକେଶ ପଧାନ, ବିଜୟ ହୋତା, ପ୍ରଫୁଲ୍ଲ ସାହୁ ଏବଂ ଭଗବତୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଗଭୀର ଆତ୍ମବିଶ୍ୱାସ, ଶିଷ୍ଟାଚାର ଓ ସତ୍ୟନିଷ୍ଠ ହୋଇ ଜୀବନର ଚଳାପଥରେ ଆଗୁସାର ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes