ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜଣା ଶୁଣା ସମାଜସେବୀ ଶୁକମଣି ସେଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଗ୍ରାମ ସୋହରିଆ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉପଲକ୍ଷେ କଳସ ସ୍ଥାପନ, ଚତୁର୍ଥ ପ୍ରହରୀ ହରିନାମ ସଙ୍କୀର୍ତ୍ତନ ଓ ମହୋତ୍ସବ ଅନୁଷ୍ଠିତ ହୋଇଛି।
ସ୍ବର୍ଗତ ଶୁକମଣି ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅମୃତମୟୀ ମା ଥିଲେ । ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ପାଟଶାଣିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆଖ ପାଖ ଅଞ୍ଚଳର ଅଧିବାସୀ ଯୋଗ ଦେବା ସହ ନିକଟରେ ନିର୍ମିତ ଶୁକମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।