କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପିତ୍ରୁମାତ୍ରୁ ହିନ ସୁଭଦ୍ରାଙ୍କୁ ଆଜି ଚାଇଲ୍ଡ ଲାଇନ ଶିଶୁ ସୁରକ୍ଷା ସମିତିରେ ହଜାର କରିଛନ୍ତି। ଏହା ପରେ ସମିତି ତାହାର ଯତ୍ନ ଓ ସୁରକ୍ଷା ପାଇଁ ମୁକ୍ତାକାଶ ଆଶ୍ରୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି ବୋଲି ସମିତି ସଦସ୍ୟ ସନ୍ଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ସୁଭଦ୍ରା କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖି ଚର୍ଚ୍ଚାର ପରିସରକୁ ଆସିଥିଲେ।