ସରକାରୀ ସ୍କୁଲର ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ମିଳିବ।ଆସନ୍ତା ୧୫ ସୁଦ୍ଧା ପ୍ରକ୍ରିୟା ସାରିବାକୁ DEOଙ୍କୁ ଓସେପାର ନିର୍ଦ୍ଦେଶ ଦେଇଛି। ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର ହୋଇଛି। ୨ ହଳ ପୋଷାକ ସହ ଜୋତା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ମିଳିବ। ପୋଷାକର ରଙ୍ଗ, ଡିଜାଇନ୍ ପ୍ରଥମ ଶ୍ରେଣୀ ପିଲାଙ୍କ ମାନଦଣ୍ଡ ଅନୁଯାୟୀ ହେବ।