କେନ୍ଦୁଝର ପୌରାଞ୍ଚଳର ଶିରିପୁର ପୋଖରୀରେ ବୁଡି ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ ଖୋଜା ଖୋଜି କରୁଛି। ତାଙ୍କ ନାମ କୁନୁ ମୁଖି ବୋଲି ଜଣା ପଡିଛି।
ସେମାନଙ୍କ ଘର୍ କଟରା ବେଡା ଗ୍ରାମରେ ବୋଲି ଜଣାପଡିଛି । ସେ ଅନ୍ୟ ମାନଙ୍କ ସହିତ କାମ କରିବାକୁ କେନ୍ଦୁଝର ଆସିଥିଲେ। ଆଜି ଶିରିପୁର୍ ଗ୍ରାମକୁ ଯାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ ବୋଲି ତାଙ୍କ ସହଯୋଗୀ ମାନେ କହିଛନ୍ତି।