ନିମାପଡା ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣାରେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ।ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି।
ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ। ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ ଥାନାକୁ ଭିଡ଼ି ଆଣିଥିଲେ। ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀକୁ ଗିରଫ କରାଯାଇଛି।