ଲିଭର୍ ଜନିତ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଥିବା ଅଭିଜିତ୍ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ଘଟିଛି। ୧୯୯୧ ମସିହାରେ ଅଭିଜିତ୍ଙ୍କ ସଙ୍ଗୀତ କ୍ୟାରିଅର ଆରମ୍ଭ ହୋଇଥିଲା। ‘ଦକ୍ସିଗଲା’ ଅଭିଜିତ୍ଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା। ୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।