ବିନିକା ଥାନା ଅଧୀନ ଅଡାକସା ଗ୍ରାମର ଉଧକ୍ତ ସ୍ବାମୀ ଦୁଃଖୀଶ୍ୟାମ ତା ନିଜ ସ୍ତ୍ରୀ କିଶୋରୀକୁ ଗତ ୧୭ତାରିଖ ରାତିରେ ଲୁହା ରଡରେ ପିଟି ପିଟି ମାରି ଦେଇଥିଲା ।ଝିଅର ବାପା ମା ଓ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୋନପୁର ଏସଡିପିଓଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।ସ୍ବାମୀ ଦୁଃଖୀଶ୍ୟାମକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି ।
