ଲିମକା ବୁକରେ ସ୍ଥାନ ପାଇଲେ ମୁନା ମାହାଣା

ନିଜର ସୁକ୍ଷ୍ମ କାରୁକାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗାଁର ମୁନା ମାହାଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ । ତିନି ବର୍ଷ ପୂର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ । ଏବେ ପୁଣି ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସେ ଚର୍ଚ୍ଚାରେ ରହିଛନ୍ତି । ସେ ‘ଇଣ୍ଡିଆ ଗେଟ୍’ର ସୂକ୍ଷ୍ମ ଚିତ୍ର ପାଇଁ ଏହି ସମ୍ମାନ ଲାଭ କରିଛନ୍ତି । ଏହି କଳାକୃତିର ଲମ୍ବ ୪ ମିମି (୦.୧୫ ଇଞ୍ଚ) ଏବଂ ପ୍ରସ୍ଥ ୨ ମିମି (୦.୦୭ ଇଞ୍ଚ) ଓ ଏହା ଗତ ଏପ୍ରିଲ ମାସରେ ତିଆରି ହୋଇଥିଲା ବୋଲି ଜଣାପଡିଛି । ପେଶାରେ ଜଣେ ସାଧାରଣ ସାଇକେଲ ମେକାନିକ ମୁନା +୨ ଶ୍ରେଣୀ ଯାଏ ପଢ଼ିଛନ୍ତି ।
ସେ ବାଦାମ ମଞ୍ଜି ଉପରେ ତିନି ଠାକୁର, ଛୋଟ ପଥର ଖଣ୍ଡ ଉପରେ ଦଶାବତାର, ମାଣ୍ଡିଆରେ ତିନି ଠାକୁର, ରାଶି ଓ ଗୋଟିଏ ଧାନ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ର ଆଦି ଅଙ୍କନ କରି ପୂର୍ବରୁ ଚର୍ଚ୍ଚାରେ ରହିଥିଲେ । ସେ ସାଇକେଲରେ ଲାଗୁଥିବା ବିଭିନ୍ନ ଉପକରଣ ଠାରୁ ଆରମ୍ଭ କରି ଚକ୍ ଖଡ଼ି, ବିରି ଡାଲି, ତୁଳସୀ ମଞ୍ଜି ଆଦିରେ ବିଭିନ୍ନ ସୁକ୍ଷ୍ମ ମୂର୍ତ୍ତି ତିଆରି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes