ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଇନ ସଂସ୍କାର ନିମନ୍ତେ ୨ୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ। ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି।
ନିତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା, ପ୍ରାପ୍ୟ, ଶୃଙ୍ଖଳିତ ଦର୍ଶନ ନେଇ ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ। ରିପୋର୍ଟରେ ଭକ୍ତ, ସେବାୟତ, ASI, ଆଇନ ବିଶାରଦଙ୍କ ମତ ରହିଛି।ଆଗକୁ ରିପୋର୍ଟ ସରକାର ଅନୁଧ୍ୟାନ କରି ଆଇନରେ ପରିଣତ କରିବେ।