ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ। ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପରି ହେଲାନି। ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି। ହେଲେ ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବନି।
ଗତକାଲି ୧୬ଟି ବ୍ଲକ୍ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।