କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା କେନ୍ଦୁଯୋଡ଼ା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଲଗାଣ ବର୍ଷା ଫଳରେ ବତୁରୀ ଥିବା ମାଟି କାନ୍ଥ ଜାକି ଦେବାରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ମୃତ ବୃଦ୍ଧ ହେଉଛନ୍ତି ମାନ ସିଂ ମାଝୀ ଓରଫ ହାଁସଦା। ସୂଚନା ଅନୁଯାୟୀ ମାନ ସିଂ ଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମାନସିଂ କାନ୍ଥକୁ ଆଉଜି ବସିଥିଲେ। ଲଗାଣ ବର୍ଷାରେ ବତୁରୀ ଥିବା ମାଟି କାନ୍ଥ ତାଙ୍କ ଉପରେ ଖସି ପଡ଼ିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।