ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଛି ନିଆଁ, ୧୨ ଘଣ୍ଟା ପରେ ବି ଆୟତ୍ତ ହୋଇପାରି ନାହିଁ

ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିବା ପରେ ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଛି।

ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଆଜି ସକାଳ ୮ଟା ଅର୍ଥାତ୍‌ ୧୨ ଘଣ୍ଟା ପରେ ବି ଆୟତ୍ତ କରାଯାଇପାରିନି। ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ପୁରୀ ଏସ୍‌ପି। ୨ରୁ ୩ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ କହିଛନ୍ତି ଏସ୍‌ପି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version