କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ବିଟ ପୁଟୁଳିଆ ଗ୍ରାମର ଏକ ପଡ଼ିଆରେ ଲୁଚାଯାଇ ଥିବା ୩ ଟ୍ରକ ଟ୍ରିପରୁ ଉର୍ଦ୍ଧ୍ଵ ପଟାସ ଗଣ୍ଡି ଗୋଦାମ ଉପରେ ବୁଧବାର ବନ ବିଭାଗ ଏନଫୋର୍ସ ମେଣ୍ଟ ଟିମ୍ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ପଟାସ କାଠଗୁଡିକୁ ଜବତ କରିବା ସହ ସହ ଏକ କାଠ ବୋଝେଇ ଟ୍ରକକୁ ଜବତ କରିଛି।
ଡିଏଫଓ ଙ୍କ ନିର୍ଦେଶ କ୍ରମେ ଡେପୁଟି ରେଞ୍ଜର ବିଦ୍ୟାଧର ସାହୁଙ୍କ ନେତୃତ୍ୱ ରେ ଏନ୍ଫୋର୍ସମେଣ୍ଟ ଟିମ,ବନ ପାଳ ମଧୁସ୍ମିତା ଦୋରା ଏପିଆର ଫୋର୍ସ ଚଢ଼ାଉରେ ସାମିଲ ହୋଇଥିଲେ।