ରୁଦ୍ର ନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

କେନ୍ଦୁଝର ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ରୁଦ୍ର ନାରାୟଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଦର୍ଶନ ଓ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିଛନ୍ତି।

ସେହିପରି ଆଜି ହେରା ପଞ୍ଚମୀ ଥିବାରୁ ଶ୍ରୀ ମନ୍ଦିରରେ ମା ଲକ୍ଷ୍ମୀ ଓ ମା ସରସ୍ଵତୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ରାତିରେ ଏକ ପଟୁଆରରେ ମାଉସୀମା ମନ୍ଦିରକୁ ଆସି ଅଭିମାନକୁ ନିଦର୍ଶନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ସାଙ୍ଗକୁ ମେଳା, ମୀନା ବଜାର ର ମଜା ନେବାକୁ ବର୍ଷା ସତ୍ତ୍ୱେ ଭକ୍ତ ଙ୍କ ଭିଡ ଜମୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes