ରାଜ୍ୟ ଯୋଜନା ବୋର୍ଡ ହେଲା ‘SITI ଓଡିଶା’

‘ଯୋଜନା ବୋର୍ଡ’ ଏବେ ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଫର୍ମେଟିଭ୍‌ ଇନିସିଏଟିଭି ବା SITI-Odisha’ ହୋଇଛି। ସଂକଳ୍ପ’ ମାଧ୍ୟମରେ ‘SITI ଓଡିଶା’କୁ ବାସ୍ତବ ରୂପ ଦେଲେ ମୋହନ ସରକାର। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ରହିଛି।ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ, ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବ।୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ୍‌ କରାଯିବ। ସଦସ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ପରିଷଦରେ ରାଜ୍ୟ ଉନ୍ନୟନ କମିଶନର ସଦସ୍ୟ ସଚିବ ରହିବେ। ଜଣେ ବରିଷ୍ଠ IASଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଦାୟିତ୍ବ ମିଳିବ। ବିଭିନ୍ନ ବିଭାଗରୁ ୯ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ରହିବେ। ପ୍ରତିଷ୍ଠିତ ଅନୁଷ୍ଠାନର ୨ ବିଶେଷଜ୍ଞଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes