ବାଲିଗୁଡ଼ା ଓ କଳାହାଣ୍ଡି ରେଞ୍ଜରେ ଅଧିକ ନିଆଁ ଲାଗୁଛି। ନବରଙ୍ଗପୁର ଓ କୋରାପୁଟରେ ପୋଡୁ ଚାଷ ପାଇଁ ନିଆଁ ଲାଗୁଛି କହିଛନ୍ତି ପିସିସିଏଫ୍। ଗତ ବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଛି। ଗତ ବର୍ଷ ପ୍ରାୟ ୩୦ ହଜାର ପଏଣ୍ଟରେ ନିଆଁ ଲାଗିଥିଲା, ଏଥର ଏହା ୨୦ ହଜାର ପଏଣ୍ଟରେ ରହିଛି।
ନିଆଁ ଖବର ଆସିଲେ ୧୫ ମିନିଟ୍ରେ ଲିଭାଇବାକୁ ଉଦ୍ୟମ ହେଉଛି, ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ ସଜାଗ ରହିଛି କହିଛନ୍ତି ପିସିସିଏଫ୍।