ରାଜ୍ୟର ପେଟ୍ରୋଲ୍‌ ପମ୍ପରେ ମିଳିବ ୫ କେଜି ଏଲ୍‌ପିଜି ଗ୍ୟାସ୍

ପ୍ରେସ୍‌ମିଟ୍‌ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ୫ କେଜି ଏଲ୍‌ପିଜି ଗ୍ୟାସ୍‌ କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍‌ ଏଲ୍‌ପିଜି ସ୍କିମ୍‌ରେ ଉପଲବ୍ଧ ହେବ। ଦେଶର ୩ ଗ୍ୟାସ୍‌ କମ୍ପାନୀ ଏହା ଉପଲବ୍ଧ କରାଇବେ। କେବଳ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ ଲୋକେ। ୫ କେଜି ଟାଙ୍କି ୧୫୩୭ ଥିବାବେଳେ କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ପଡ଼ିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ରିଫିଲିଂ ହେବ, ଅନ୍ୟ ସିଲିଣ୍ଡର ହେବନି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes