ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି।
ଏହି ୬ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫ ବର୍ଷରେ ୪୮ ମାଓବାଦୀ ନିହତ, ୭୮ ମାଓବାଦୀ ଗିରଫ ହୋଇଛନ୍ତି। ୮୨ ମାଓବାଦୀ ଆତ୍ମସମର୍ପଣ କରିଥିବା ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ।