ଖୁବ୍ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବା ନେଇ ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି। କଞ୍ଚାମାଲ୍ ଯୋଗାଣ ଅଭାବରୁ ଇଫ୍କୋରେ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ, ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ଅଛି, କିଛି ସମସ୍ୟା ନାହିଁ, ମାର୍କଫେଡ୍ରେ ୬୬ ହଜାର ୯୧୮ ମେଟ୍ରିକ୍ ଟନ୍ ସାର ମହଜୁଦ ଅଛି କହିଛନ୍ତି ମନ୍ତ୍ରୀ।