ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ ନେଇ ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏବେ ରାଜ୍ୟରେ ୭ ଲକ୍ଷ ବୁଲା ଓ ୬୪ ହଜାର ପୋଷା କୁକୁର ଅଛନ୍ତି।
ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରାଯାଇଛି। ରାସ୍ତା କଡ଼ରେ ଖାଇବା ନ ଦେବାକୁ ଲୋକଙ୍କୁ କରାଯିବ ସଚେତନ। ହିଂସ୍ର ଓ ଜଳାତଙ୍କ ରୋଗରେ ପୀଡ଼ିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ କହିଛନ୍ତି ମନ୍ତ୍ରୀ।