ପୁଣି ସଭାପତି ହେବା ପରେ ମନମୋହନ ସାମଲ କହିଛନ୍ତି, ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। ଆମ ସରକାର ପାଇଁ ଧାନ କ୍ବିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ। ମା ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି। ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ ପାଇଁ ସେତିକି କଷ୍ଟ। ଆଗରୁ କହିଥିଲି ଏବେ ବି କହୁଛି, ଶୋଇବା ନାହିଁ…କାହାକୁ ଶୋଇବାକୁ ଦେବା ନାହିଁ। ଏ ସରକାର ରାଜ୍ୟରେ ୨୦୩୬ ମସିହା ବି ଦେଖିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ, ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି କହିଛନ୍ତି ମନମୋହନ।