ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

୧୭୫ ଡେଙ୍ଗୁ ରୋଗୀ ମଧ୍ୟରୁ କେବଳ ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ୯୩ ରୋଗୀ ଚିହ୍ନଟ ହୋଇଥିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା ୧୦୭୮୧ ଡେଙ୍ଗୁ ଟେଷ୍ଟ ହୋଇଛି, ଗତବର୍ଷ ଠାରୁ ୨ ଗୁଣା ଅଧିକ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ଆରଏମଆରସିରେ ଟେଷ୍ଟିଂ ହେଉଛି, ସତର୍କମୂଳକ ପଦକ୍ଷେପ ପାଇଁ ସବୁ ଜିଲ୍ଲାକୁ ଏସ୍ଓପି ଜାରି ହୋଇଛି ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes