ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଭଣ୍ଡାର ପଞ୍ଚାୟତର ଭଣ୍ଡାର ଗ୍ରାମ ଠାର ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କିଷାନ ସେଲ ସଭାପତି ନରେନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ୩୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି ।
ରାଜ୍ୟ କିଷାନ ସେଲ ସଂପାଦକ ସପ୍ନେଶ୍ବର ପୃଷ୍ଟି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ଜିଲ୍ଲା ସୋସିଏଲ ମିଡିଆ ସଂଯୋଜକ ସୁମନ୍ତ ସାହୁ, ହଜାରୁ ସାହୁ, ପର୍ଶୁରାମ ମହାଲିଙ୍ଗ, ନାରାୟଣ ସେଠୀ, ମଙ୍ଗନିଆ ଷାଣ୍ଢ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।