କେନ୍ଦ୍ରାପଡ଼ା ରାଜନଗର ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ବିବାଦ ଘଟଣାରେ ମହିଳା କମିଶନର ସଦସ୍ୟା ଓ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ପହଞ୍ଚି ଲୋକଙ୍କୁ ବୁଝାଇବା ସହ ପାଲା ମାଧ୍ୟମରେ ସଚେତନତା କରାଉଛନ୍ତି।
ଜାତିଆଣା ବିବାଦ କଥା କୁହାଯାଉଥିଲା ବେଳେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଘର ନାହିଁ କହି ଗ୍ରାମବାସୀ ପ୍ରଶାସନକୁ ପାଲଟା ପ୍ରଶ୍ନ କରିଛନ୍ତି। ଅଭିଭାବକ ମାନେ ଜାତିପ୍ରଥାକୁ ଅସ୍ୱୀକାର ସହ ଗାଁକୁ ବଦନାମ କରାଯାଉଛି କହିଛନ୍ତି।