ରାଜଧାନୀରେ ବରଗଡିଆଙ୍କ ନୂଆ ଖାଇ ଭେଟଘାଟ

ବରଗଡିଆ@ଭୁବନେଶ୍ବର ନାମକ ଏକ ଫୋରମ୍ ଦ୍ଵାରା ଭୁବନେଶ୍ୱରରେ ଆଜି ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦୂଲ୍ ଦୁଲି ବାଦ୍ୟର ତାଳେ ତାଳେ ଅଂଶ ଗ୍ରହଣକାରୀ ନାଚିଥିଲେ।

ବରଗଡ ଅଂଚଳରୁ ଆସି ରାଜଧାନୀରେ କର୍ମରତ ଅଂଶ ଗ୍ରହଣକାରୀ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପୋଷାକ ପରିଧାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version