ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ହୋଇଛି ଖର୍ଚ୍ଚ : ମନ୍ତ୍ରୀ

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ୧୩୬ କୋଟି ୮୨ ଲକ୍ଷ ଖର୍ଚ୍ଚ ହୋଇଥିବା ସରକାର ମାନିଛନ୍ତି।

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଛନ୍ତି। ହକି ଷ୍ଟାଡିୟମ ପାଇଁ ଖର୍ଚ୍ଚ ହୋଇଛି ମୋଟ ୨୬୧ କୋଟି ୭୬ ଲକ୍ଷ। ମୋଟ ଖର୍ଚ୍ଚରୁ ସର୍ବାଧିକ ୧୩୬ କୋଟି ୮୨ ଲକ୍ଷ ଡିଏମଏଫରୁ ଯାଇଛି। ବାକି ୧୨୪ କୋଟି ୯୪ ଲକ୍ଷ ରାଜ୍ୟ ବଜେଟରୁ ଯାଇଥିବା କହିଛନ୍ତି ମନ୍ତ୍ରୀ। ହକି ପାଇଁ ଅତିଥି ଚୟନରେ କିଛି ମାପଦଣ୍ଡ ନଥିବା କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes