ଯୌନ ଉତ୍ପୀଡନ ଆଇନ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଆଞ୍ଚଳିକ ମହାବିଦ୍ୟାଳୟରେ ଆଜି ଯୌନ ଉତ୍ପୀଡନ ଆଇନ-୨୦୧୩ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡନ ଓ ଏହାର ପ୍ରତିକାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ମହାବିଦ୍ୟାଳୟ ତଥା ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷ ବଳଦେବ ପୁଜାହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଶୁଭ୍ରାଂଶୁ ପଧାନ, ଡ. ସୟଦ ତସିଫୁର ରହେମାନ ଓ ବୀଣାପାଣି ଦାସ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଗ୍ରନ୍ଥାଗାରିକ ପୂର୍ଣ୍ଣଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes