ଯାତ୍ରୀ ବାହୀ ବସ ଦୁର୍ଘଟଣା ଗ୍ରସ୍ତ

କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରୁ ତେଲକୋଇ ବ୍ଲକ ବିମଳା ଯାଉଥିବା ଏକ ଯାତ୍ରୀବାହୀ ବସ ( ଓଡ଼ି ୦୯ଏଫ ୩୩୧୧) କନ୍ତଲେଇ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଘର ଉପରେ ପଶି ଯିବାରୁ ଅଳ୍ପକେ ଯାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି।

ବସରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ନିଶା ପାନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପୁଲିସ ଘଟଣା ର ତଦନ୍ତ କରୁଛି। ଏହି ଦୁର୍ଘଟଣା ରେ ଚାଳକ ଓ ମାଲିକ ସାମାନ୍ୟ ଆଘାତ ହୋଇଥିବା ଜଣା ପଡ଼ିଛି। ଦୁର୍ଘଟଣା ପରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version